ହଦଗଡ଼ ଜଳଭଣ୍ଡାର
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ଡ଼ିଭିଜନ ଶାଳନ୍ଦୀ ନଦୀରେ ହଦଗଡ଼ ଜଳଭଣ୍ଡାର ନିର୍ମିତ । କୃଷିକ୍ଷେତ୍ରର ଜଳସେଚନ ପାଇଁ ଏହି ବିରାଟ ନଦୀବନ୍ଧର ସୃଷ୍ଟି । ସୌନ୍ଦର୍ଜ୍ୟମୟ ପ୍ରାକୃତିକ ପରିବେଶ ସହିତ ସୁଉଚ୍ଚ ପାହାଡ଼ଶ୍ରେଣୀ ଜଳଭଣ୍ଡାରର ସୌନ୍ଦର୍ଜ୍ୟକୁ ବହୁଗଣିତ କରି ପ୍ରକୃତିପ୍ରେମୀ ଦର୍ଶକଙ୍କୁ ଆକର୍ଷିତ କରିଥାଏ । ବଣଭୋଜି ଏବଂ ଅବସରବିନୋଦନ ପାଇଁ ଏହି ରମଣୀୟ ସ୍ଥଳ ପ୍ରକୃଷ୍ଟ କ୍ଷେତ୍ର । ଜଳ ଭଣ୍ଡାରର ଚିତାକର୍ଷକ ପ୍ରାକୃତିକ ଦୃଶ୍ୟ ଏବଂ ଝରିଯାଉଥିବା ଗତିଶୀଳ ଜଳସ୍ରୋତ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଆନନ୍ଦପୁର ଠାରୁ ଏହାର ଦୂରତା ମାତ୍ର ୩୫ କି:ମି ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଭୁବନେଶ୍ଵର(ଆନନ୍ଦପୁର ଠାରୁ ୧୪୦ କି:ମି:) ନିକଟତମ ବିମାନବନ୍ଦର ।
ରେଳଗାଡ଼ିରେ
ଯାଜପୁର-କେନ୍ଦୁଝର ରେଳଷ୍ଟେସନ(ଆନନ୍ଦପୁର ଠାରୁ ୩୫ କି:ମି:) ।
ସଡ଼କ ପଥରେ
ଆନନ୍ଦପୁର ଠାରୁ ୩୫ କି:ମି ।