ବନ୍ଦ କରନ୍ତୁ

ସୀତାବିଞ୍ଜି ର ପ୍ରେସ୍ କୋ ପେଣ୍ଟିଙ୍ଗ ଓ ଶିଳାଲିପି

ସୀତାବିଞ୍ଜିର ପ୍ରେସ୍ କୋ ପେଣ୍ଟିଙ୍ଗ ଓ ଶିଳାଲିପି ପ୍ରାକୃତିକ ସୌନ୍ଦର୍ଜ୍ୟ ପରିବେଷ୍ଟିତ ଦିଗନ୍ତ ବିସ୍ତାରି ପର୍ବତଶ୍ରେଣୀଘେରା ପବିତ୍ର ସୀତା ନଦୀ କୂଳରେ ଅବସ୍ଥିତ । ଏଠାରେ ମନ୍ଦିରପରି ଦୃଶ୍ୟମାନ ହେଉଥିବା ପ୍ରାୟ ୧୫୦ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପଥର ଦର୍ଶକଙ୍କର ମୁଖ୍ୟ ଆକର୍ଷଣ । ସ୍ମରଣାତୀତ କଳରୁ ଏହି ପୀଠରେ ଆରାଧ୍ୟ ଦେବୀ ମା’ ସୀତାଠାକୁରାଣୀ, ତାଙ୍କ ଦୁଇପୁତ୍ର ଲବ ଓ କୁଶ ମନ୍ଦିର ପରି ପ୍ରତୀୟମାନ ହେଉଥିବା ବିରାଟ ପଥର ଗୁମ୍ଫା ମଧ୍ୟରେ ପୂଜା ପାଉଛନ୍ତି । ଅଧା ଖୋଲା ଛତା ପରି ବିରାଟ ପଥର ଛାତରେ ପ୍ରାଚୀନ ପ୍ରେସ୍ କୋ ପେଣ୍ଟିଙ୍ଗ,ପୁରାଣ ପ୍ରସିଦ୍ଧ ରାମ-ରାବଣ ଯୁଦ୍ଧର ଦୃଶ୍ୟ ‘ରାବଣଛାୟା’ ଚିତ୍ର ଅଙ୍କିତ । ଏହା ନିକଟରୁ ଅନେକ ଶିଳାଲିପି ଆବିଷ୍କୃତ ହୋଇଛି । ବର୍ତମାନ ସୁଦ୍ଧା ଐତିହାସିକମାନେ ଏଗୁଡ଼ିକର ସମ୍ପୂର୍ଣ ବ୍ୟାଖ୍ୟା କରିପାରି ନାହାନ୍ତି । ଏଠାରୁ ମିଳିଥିବା ପୋଡାଇଟା ଓ ପ୍ରାଚୀନକାଳର ବ୍ୟବହୃତ ଜିନିଷ ପତ୍ରରୁ ପ୍ରମାଣ ମିଳେ ଯେ, ଏଠାରେ ଏକଦା ସମୃଦ୍ଧ ମାନବ ସଭ୍ୟତା ଗଢିଉଠିଥିଲା । ଇତିହାସର ପ୍ରମାଣ ସ୍ଵରୂପ ଏଠାରେ ଥିବା ପ୍ରାଚୀନକାଳର ଭଗ୍ନାବଶେଷ, ଭାରତର ଗୁପ୍ତ ସାମ୍ରାଜ୍ୟର ସୁବର୍ଣ୍ଣଯୁଗ କଥା ସ୍ମରଣ କରାଇଦିଏ । ଏ.ଏସ.ଆଇ ଏହି ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ଦାୟୁତ୍ୱ ତୁଲାଉଛନ୍ତି । କେନ୍ଦୁଝର ସହର ଠାରୁ ଏହାର ଦୂରତା ମାତ୍ର ୨୫ କି:ମି ।

ଫଟୋ ଗାଲେରୀ

  • ସୀତାବିଞ୍ଜି ର ପ୍ରେସ୍ କୋ ପେଣ୍ଟିଙ୍ଗ ଓ ଶିଳାଲିପି

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟତମ ବିମାନବନ୍ଦର- ଓଡିଶାର ରାଜଧାନୀ ଭୁବନେଶ୍ଵର

ରେଳଗାଡ଼ିରେ

ନିକଟତମ ରେଳଷ୍ଟେସନ- ହରିଚନ୍ଦନପୁର ରେଳଷ୍ଟେସନ-୧୭ କି:ମି କେନ୍ଦୁଝରଗଡ ରେଲୱେ ଷ୍ଟେସନ-୫୦ କି:ମି ଯାଜପୁର- କେନ୍ଦୁଝର ରେଲୱେ ଷ୍ଟେସନ -୭୦ କି:ମି

ସଡ଼କ ପଥରେ

କେନ୍ଦୁଝର ସହରଠାରୁ ଏହି ସ୍ଥାନର ଦୂରତା ୨୫ କି:ମି