ବନ୍ଦ କରନ୍ତୁ

ସାନଘାଗରା ଜଳପ୍ରପାତ

କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଆଡ଼କୁ ଯାଉଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ । ୪୮୮ ହେକ୍ଟର ପରିବ୍ୟାପ୍ତ ଏହି ଅଞ୍ଚଳ । ବିରାଟ ପାର୍ବତ୍ୟ ଅଞ୍ଚଳରେ ପତ୍ରଝଡ଼ା ଦେଉଥିବା ବୃକ୍ଷ୍ୟ ସହିତ ବିବିଧ ଉଦ୍ଭିଦ ସମୁହ ପରିଦୃଷ୍ଟ ହୁଏ । ପ୍ରସିଦ୍ଧ ଚିର ଚଳଚଞ୍ଚଳ ସାନଘାଗରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଜ୍ୟ ଭରା ବନନୀକୁ ରମଣୀୟକରି ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ବର୍ଷତମାମ ଆକର୍ଷିତ କରିଥାଏ । ସମୁଦ୍ର ପତନଠାରୁ ୧୬୫୦ ଫୁଟ ଉଚ୍ଚରେ ଏହାର ଅବସ୍ଥିତ । ଗ୍ରୀଷ୍ମଦିନେ ତୁଳନାତ୍ମକ ଶୀତଳ,ଶୀତଦିନେ ଥଣ୍ଡା ଅନୁଭୂତ ହୁଏ । ବାର୍ଷିକ ବୃଷ୍ଟିପାତ ୧୫୦ ମିଲିମିଟର ଏବଂ ତାପମାତ୍ରା ୧୪.୭ ଡିଗ୍ରୀ ସି ରୁ ୪୧.୧ ସି । ଆନୁପାତିକ ବାୟୁମଣ୍ଡଳର ଆଦ୍ରତା ୪୧ ରୁ ୯୩ ଡିଗ୍ରୀ ମଧ୍ୟରେ ରହେ ଏବଂ ସାଧାରଣତଃ ଏ ଅଞ୍ଚଳରେ ତୁଷାରପାତ ହୁଏ ନାହିଁ । ଏହି ପ୍ରାକୃତିକ ବୈଶିଷ୍ଟ ଭୂଭାଗ ଅତ୍ୟନ୍ତ ତରଙ୍ଗାୟୀତ ପର୍ବତମାଳା, ଶୋଭାବର୍ଦ୍ଧକ ତ୍ରିକୋଣ ଭୂମି ଓ ସଂକୀର୍ଣ୍ଣ ଉପତ୍ୟାକାର ସୌନ୍ଦର୍ଜ୍ୟମୟ ସମାହାର । ତ୍ରିକୋଣଭୂମି ଓ ପାହାଡ଼ର ଶୀର୍ଷ ଅତ୍ୟନ୍ତ ତୀଖ ଏବଂ ଏହି ଶିଳା ଡୋଲେରାଇଟ ଶ୍ରେଣୀଭୁକ୍ତ । ଏହି ଅଞ୍ଚଳର ଜଳ ମାଛକାଳଣା ନଦୀ ଦେଇ ବୈତରଣୀ ନଦୀରେ ମିଶିଥାଏ ।

ଫଟୋ ଗାଲେରୀ

  • ସାନଘାଗରା ଜଳପ୍ରପାତ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ଭୁବନେଶ୍ଵର (କେନ୍ଦୁଝରରୁ ୨୩୦ କି:ମି ) ନିକଟତମ ବିମାନବନ୍ଦର ।

ରେଳଗାଡ଼ିରେ

ନିକଟତମ ରେଳ ଷ୍ଟେସନ – କେନ୍ଦୁଝରଗଡ଼ ରେଳ ଷ୍ଟେସନ ।

ସଡ଼କ ପଥରେ

ସାନଘାଗରା ପରିଦର୍ଶନ କରିବା ପାଇଁ ଇଚ୍ଛୁକ ପର୍ଯ୍ୟଟକ ଭୁବନେଶ୍ଵରରୁ କେନ୍ଦୁଝରଗଡ଼ ବସ୍ ଯୋଗେ ଆସିବେ ।