ମା’ ତାରିଣୀ ପୀଠ ଘଟଗାଁ
ଘଟଗାଁ ମା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ମା ତାରିଣୀ ମନ୍ଦିର ଆଧୁନିକ ସମୟର ସୃଷ୍ଟି । ଦେବୀଙ୍କର ପ୍ରକୃତିଦତ୍ତ ସ୍ଵରୂପ ଏହାଙ୍କର ଆଦିମ ମୂଳ ପ୍ରତିରୂପ ବୋଲି ପ୍ରମାଣିତ କରେ । କିମ୍ବଦନ୍ତୀ କହେ, ମା ତାରିଣୀ ତାଙ୍କ ଭକ୍ତଙ୍କ ପାଇଁ ସତତ କରୁଣାମୟୀ ଏବଂ ଦୟାଶୀଳା । ମା ତାରିଣୀଙ୍କ ପୀଠକୁ ସୌନ୍ଦର୍ଜ୍ୟମୟ କରୁଥିବା ନିକଟ ସଂରକ୍ଷିତ ଘଞ୍ଚ ବନାନୀ ବନ୍ୟ ପଶୁ ପକ୍ଷୀଙ୍କର ଆଶ୍ରୟ ସ୍ଥଳ । ଅନୁରାଗି ଭକ୍ତଗଣ ଶ୍ରଦ୍ଧାରେ ଦେବୀଙ୍କୁ ନଡିଆ ଭୋଗ ଅର୍ପଣ କରନ୍ତି । ଆଦିବାସୀ ପୂଜକଙ୍କ ଦ୍ଵାରା ଦେବୀ ପୂଜିତା । ସ୍ଥାନିୟ ବାସିନ୍ଦା ଚୈତ୍ର ପୂର୍ଣିମାରେ ମହା ଜାକଜମକରେ ଦେବୀଙ୍କ ପୀଠରେ ମହା ବିଷୁବ ସଙ୍କ୍ରାନ୍ତି ଉତ୍ସବ ପାଳନ କରନ୍ତି । ବର୍ଷସାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଭକ୍ତ ମାତୃଦେବୀଙ୍କୁ ଭକ୍ତିପୂତ ସମ୍ମାନ ପ୍ରଦର୍ଶନ କରିଥାନ୍ତି । ମା ତାରିଣୀପୀଠ କେନ୍ଦୁଝର ସହର ଠାରୁ ୪୫ କି:ମି ଦୂରରେ ଅବସ୍ଥିତ ।
ଫଟୋ ଗାଲେରୀ
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ଓଡିଶାର ରାଜଧାନୀ ଏକମାତ୍ର ବିମାନ ବନ୍ଦର; ଦେଶର ବିଭିନ୍ନ ସ୍ଥାନକୁ ନିୟମିତ ବିମାନ ଉଡ଼ାଣ ସେବା ଉପଲବ୍ଧ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ-ହରିଚନ୍ଦନପୁର ରେଳ ଷ୍ଟେସନ-୧୭ କି:ମି କେନ୍ଦୁଝର ରେଳ ଷ୍ଟେସନ-୫୦ କି:ମି ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନ-୭୦ କି:ମି
ସଡ଼କ ପଥରେ
ଓଡିଶା ରାଜଧାନୀ ଭୁବନେଶ୍ଵର-୧୮୦ କି:ମି . ।କେନ୍ଦୁଝର ସହର –(ଏନ୍.ଏଚ୍. ୨୧୫ ) ୪୫ କି:ମି