ବନ୍ଦ କରନ୍ତୁ

ଗୋନାସିକା ମନ୍ଦିର

ଗୋନାସିକା ମନ୍ଦିର ମନୋରମ ସବୁଜ ଉପତ୍ୟକା ଏବଂ ନାନାବିଧ ରଙ୍ଗର ଉଚ୍ଚ ତରଙ୍ଗାୟିତ ପାହାଡ଼ ପରିବେଷ୍ଟିତ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର । ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ଏହି ପ୍ରସିଦ୍ଧ ମନ୍ଦିର ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠିତ । ଏଠାରେ ଚିରସ୍ରୋତା ବୈତରଣୀ ନଦୀ ଘାଇରେ ଦୁଇ ନାକପୁଡା ଦେଇ ଉଦଗମ । ଆଶ୍ଚର୍ଯ୍ୟର ବିଷୟ, ନଦୀଟି କିଛିଦୂର ବହିଆସି ହଠାତ୍ ଗୁପ୍ତହୋଇ ପୁଣି ବ୍ରହ୍ମାକୁଣ୍ଡରେ ଆବିଭୃତ ହୋଇଥିବାରୁ ଏହାର ନାମ ‘ଗୁପ୍ତଗଙ୍ଗା’ । ମହାଦେବ ବ୍ରହ୍ମେଶ୍ଵରଙ୍କୁ ଉତ୍ସର୍ଜିତ ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୬୫୪-୧୬୫୮ ମଧ୍ୟରେ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହି ରମଣୀୟ ସ୍ଥାନ ଦୁର୍ଲଭ ଉଦ୍ଭିଦ ଏବଂ ବନୀ ପଶୁପକ୍ଷୀଙ୍କ ଦ୍ଵାରା ପରିପୂର୍ଣ ଏବଂ ପ୍ରାଚୀନ ଜନଜାତି ଜୁଆଙ୍ଗରେ ଜୀବନଚର୍ଜ୍ୟା ଗବେଷଣାର ପ୍ରକୃଷ୍ଠ କ୍ଷେତ୍ର । କେନ୍ଦୁଝର ସହରଠାରୁ ଏହି ସ୍ଥାନର ଦୂରତା ମାତ୍ର ୩୦ କି:ମି ।

ଫଟୋ ଗାଲେରୀ

  • ଗୋନାସିକା ମନ୍ଦିର
  • ଗୋନାସିକା ମନ୍ଦିର, କେନ୍ଦୁଝର
  • ଗୁପ୍ତଗଙ୍ଗା

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ଭୁବନେଶ୍ଵର ନିକଟତମ ବିମାନବନ୍ଦର ।

ରେଳଗାଡ଼ିରେ

କେନ୍ଦୁଝର ରେଳ ଷ୍ଟେସନ-୪୦ କି:ମି ।

ସଡ଼କ ପଥରେ

କେନ୍ଦୁଝର ସହରଠାରୁ ଏହି ସ୍ଥାନର ଦୂରତା ୩0 କି:ମି:।