ବନ୍ଦ କରନ୍ତୁ

କାଞ୍ଜିପାଣି ଘାଟି

କାଞ୍ଜିପାଣି ଘାଟି ଚମତ୍କାର ଢେଉ ଢେଉକା ପାହାଡ଼ ଶ୍ରେଣୀ ସମ୍ମିଳିତ ମନୋରମ ବିସ୍ତାରିତ ପ୍ରାକୃତିକ ଭୂଭାଗ । ୬୧୦ ମିଟର ଉଚ୍ଚତା ବିଶିଷ୍ଟ କାଞ୍ଜିପାଣି ଘାଟି ଘଞ୍ଚ ଜଙ୍ଗଲ ମଧ୍ୟରେ ୨୦ କି:ମି ପରିବ୍ୟାପ୍ତ ଜାତୀୟ ରାଜପଥ ନଂ ୪୯ ରେ ଯାତ୍ରା କରୁଥିବା ପ୍ରକୃତିପ୍ରେମୀଙ୍କୁ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିଥାଏ । ଜୈବ ବିବିଧତା ଓ ବନୀ ପଶୁପକ୍ଷୀଙ୍କ ସମାଗମରେ ପରିପୂର୍ଣ୍ଣ ଏହି ସ୍ଥାନ । ଶୀତ ଋତୁରେ ଏହି ସ୍ଥାନର ତାପମାତ୍ରା ‘୦’ ଡିଗ୍ରୀ ସେଲସିୟସରେ ପହଞ୍ଚିଲା ବେଳେ ବର୍ଷା ଋତୁରେ ଉପତ୍ୟାକାର ପାହାଡ଼ ମଥାନରେ ଭାସମାନ ବଉଦର ସମାଗମ ଦର୍ଶକଙ୍କୁ ଭାବବିଭୋର କରେ । ଘାଟି ରାସ୍ତାର ବୁଲାଣିରେ ଧୀର ମନ୍ଥର ଗତିରେ ଗାଡି ଚଳାଇଲା ବେଳେ ଉପତ୍ୟାକାର ମାଳଭୂମି ଓ ଆଦିବାସୀ କୁଟୀର ସମୁହର ଦୃଶ୍ୟ ଅତି ସୁନ୍ଦର । କେନ୍ଦୁଝର ଠାରୁ ଏହି ସ୍ଥାନର ଦୂରତା ମାତ୍ର ୩୦ କି:ମି ।

ଫଟୋ ଗାଲେରୀ

  • କାଞ୍ଜିପାଣି ଘାଟି

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ଭୁବନେଶ୍ଵର ନିକଟତମ ବିମାନବନ୍ଦର ।

ରେଳଗାଡ଼ିରେ

କେନ୍ଦୁଝରଗଡ ନିକଟତମ ରେଳ ଷ୍ଟେସନ (୩୫ କି:ମି) ।

ସଡ଼କ ପଥରେ

କେନ୍ଦୁଝର ସହର ଠାରୁ ମାତ୍ର ୩୦ କି:ମି ।