ହସ୍ତଶିଳ୍ପ
କେଉଁଝର ଜିଲ୍ଲାର ଶିଳ୍ପ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ହିସାବରେ ମାନ୍ୟତା ପ୍ରାପ୍ତ ଓ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ଜିଲ୍ଲାର ଶିଳ୍ପ କଳା ଲୋକଲୋଚନକୁ ଆସିଛି। ଏହି ଜିଲ୍ଲାର ହସ୍ତଶିଳ୍ପ ତାର ସୁନ୍ଦରତା ପାଇଁ ମଧ୍ୟ ଲୋକମାନଙ୍କର ମନ ଓ ହୃଦୟକୁ ଛୁଇଁ ପାରିଛି। ଅନେକ ଗ୍ରାମ କାରିଗରମାନେ ଏହି ଶିଳ୍ପ କଳାକୁ ତାଙ୍କର ବୃତ୍ତି ହିସାବରେ ପ୍ରବେଶ କରିଛନ୍ତି ଏବଂ ରାଜ୍ୟର ଆଞ୍ଚଳିକ ପ୍ରଗତି / ବିକାଶରେ ମଧ୍ୟ ସହଯୋଗ କରିଛନ୍ତି। ଆଧୁନିକ ଶିଳ୍ପଦ୍ୟୋଗରେ ଏହି କଳା / ହସ୍ତଶିଳ୍ପ ବୁଡି ଗଲାଣି। ଏହି ହସ୍ତଶିଳ୍ପକୁ ବଞ୍ଚାଇବାକୁ ଅନେକ ଚେଷ୍ଟା ଚାଲିଛି ଯେପରିକି କୌଶଳର ବିକାଶ, ବଜାର ବ୍ୟବସ୍ଥାର ବିକାଶ ତଥା ଯାତ୍ରୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ଯାହାଦ୍ୱାରା ଓଡିଶାର ସଂସ୍କୃତି ଓ ମୁଖ୍ୟତଃ କେଉଁଝର ଜିଲ୍ଲାର ସଂସ୍କୃତି ପରି ବିଶ୍ଵରେ ବ୍ୟାପି ରହିବ।.
ଟେରାକୋଟା ସାମଗ୍ରୀ

ଟେରାକୋଟା ସାମଗ୍ରୀ
ଘଟଗାଁର ଟେରାକୋଟା ସାମଗ୍ରୀ ଓଡ଼ିଶା,ଝାଡ଼ଖଣ୍ଡ ଓ ବିହାର ପ୍ରଭୃତି ରାଜ୍ୟ ମାନଙ୍କରେ ପ୍ରସିଦ୍ଧ ଅଟେ । ୧୦୦ ରୁ ଅଧିକ ପରିବାରର ସଦସ୍ୟ ମାନେ ଏହି ସାମଗ୍ରୀ ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି । ଏହି ଟେରାକୋଟI ସାମଗ୍ରୀ ମାଟିରେ ପ୍ରସ୍ତୁତ କରାଯାଏ । ଏହି ସାମଗ୍ରୀ ସାରା ଦେଶରେ ଲୋକମାନଙ୍କ ଦ୍ଵାରା ଗ୍ରହଣୀୟ ହୋଇପାରିଅଛି । ଟେରାକୋଟା ସାମଗ୍ରୀ ପ୍ରସ୍ତୁତକାରୀ ମାନେ ଏହି ସାମଗ୍ରୀ ମାଟିରେ ପ୍ରସ୍ତୁତ କରି ଏହାକୁ ଶୁଖାଇଥାନ୍ତି ଏବଂ ଏହା ଶୁଖିଗଲା ପରେ ଅଗ୍ନି ସାହାଯ୍ୟରେ ପୋଡିଥାନ୍ତି । ତା ପରେ ତାକୁ ପଲିସ୍ କରି ରଙ୍ଗ ଦେଇଥାନ୍ତି । ଏହି ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ନାବାର୍ଡ ସାହାଯ୍ୟରେ ଦକ୍ଷତା ଭିତ୍ତିକ ଓ ଉନ୍ନତ ଧରଣର ଜ୍ଞାନ କୌଶଳ ତାଲିମ୍ ଦିଆଯାଇଅଛି ।
ପଥର କାରୁକାର୍ଯ୍ୟ

ପଥର କାରୁକାର୍ଯ୍ୟ
ଏହା କେନ୍ଦୁଝର ଜିଲ୍ଲାର ଏକ ପୁରାତନ ପାରମ୍ପରିକ ସାମଗ୍ରୀ ଅଟେ । ଏହି ଜିଲ୍ଲାର ଜଳବାଯୁ ଆମର ଶିଳ୍ପୀ ମାନଙ୍କୁ ପଥର କାରୁକାର୍ଯ୍ୟ ପ୍ରସ୍ତୁତ କରି ସେମାନଙ୍କର ଜୀବନ ଜୀବିକା ପାଇଁ ଉତ୍ସାହିତ କରିଥାଏ । ଏହି ଶିଳ୍ପୀ କାରିଗର ମାନଙ୍କ ଇଚ୍ଛାଶକ୍ତି ଯୋଗୁଁ ଆଜି ଏହା ଜୀବିତ ହୋଇଅଛି । ଧକୋଠା ଗ୍ରାମର ପ୍ରାୟତଃ ୫୦୦ କାରିଗର ଏହି କାର୍ଯ୍ୟ ରେ ନିୟୋଜିତ ଅଛନ୍ତି । ସେମାନେ ଏହି ପଥରରେ ବିଭିନ୍ନ ଦେବା ଦେବୀ ଙ୍କ ମୂର୍ତ୍ତୀ, ସାଜସଜ୍ଜା ସାମଗ୍ରୀ, ବାସନକୁସନ ପ୍ରସ୍ତୁତ କରିଥାନ୍ତି । ଏହି ପଥରର କାରୁକାର୍ଯ୍ୟ ସାରା ଦେଶରେ ଓ ଦେଶ ବାହାରେ ଆଦୃତ ହୋଇପାରିଅଛି । ଏହି କାରିଗର ମାନଙ୍କୁ ନାବାର୍ଡ ଜରିଆରେ ଦକ୍ଷତା ଭିତ୍ତିକ ଓ କାରୁକାର୍ଯ୍ୟର ତାଲିମ୍ ଦିଆଯାଇଅଛି ।
ଚାନ୍ଦୁଆ କାରୁକାର୍ଯ୍ୟ

ଚାନ୍ଦୁଆ କାରୁକାର୍ଯ୍ୟ
ଏହି ଚାନ୍ଦୁଆ କାରୁକାର୍ଯ୍ୟ କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକରେ ପ୍ରସ୍ତୁତ ହେଉଅଛି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ନିୟୋଜିତ ହୋଇଅଛନ୍ତି । ଏହି ସାମଗ୍ରୀ ରାଜ୍ୟ ଓ ରାଜ୍ୟ ବାହାରକୁ ମେଳା ମାଧ୍ୟମରେ ବିକ୍ରୟ ନିମନ୍ତେ ପଠା ଯାଉଅଛି । ପିପିଲିର ଚାନ୍ଦୁଆ ପରି ଏହା ଦିନକୁ ଦିନ ସୁଦୃଢ ହୋଇପାରୁଅଛି । ଏହି ସାମଗ୍ରୀ ରେ ଛତା, ବ୍ୟାଗ, ମନିପର୍ସ, ମୋବାଇଲ୍ ପ୍ରଭୃତି ଲୋକମାନଙ୍କ ଦ୍ଵାରା ଗ୍ରହଣୀୟ ହୋଇଅଛି । ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କର ସଦସ୍ୟା ମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ଶିଳ୍ପ ସଂସ୍ଥା ଜରିଆରେ ଦକ୍ଷତା ଭିତ୍ତିକ ତାଲିମ୍ ଦିଆଯାଇଅଛି । ଏହି ସାମଗ୍ରୀ ର ଆବଶ୍ୟକତା କୁ ଦେଖି ବହୁତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଏହି ସାମଗ୍ରୀ ପ୍ରସ୍ତୁତ କରି ସେମାନଙ୍କର ଜୀବିକା ନିମନ୍ତେ ଆଗ୍ରହୀ ଅଟନ୍ତି ।
ବାଉଁଶ କାରୁକାର୍ଯ୍ୟ

ବାଉଁଶ କାରୁକାର୍ଯ୍ୟ
କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରେ ବାଉଁଶ ନିର୍ମିତ କାରୁକାର୍ଯ୍ୟ ପ୍ରସିଦ୍ଧ ଅଟେ I ଏହି ଜିଲ୍ଲାର ଜଙ୍ଗଲରେ ବିଭିନ୍ନ ପ୍ରଜାତିର ବାଉଁଶ ମିଳିଥାଏ I ଏହି ଜିଲ୍ଲାର କିଛି ଜତଜାତିର ଲୋକମାନେ ବାଉଁଶ କାରୁକାର୍ଯ୍ୟକୁ ଆପଣେଇଛନ୍ତି I ବର୍ତ୍ତମାନ ବାଉଁଶରେ ବିଭିନ୍ନ ସାମଗ୍ରୀ ଯଥା ଘରକରଣା ସାମଗ୍ରୀ, ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ I ନାବାର୍ଡ ଦ୍ଵାରା ବିଭିନ୍ନ କାରୁକାର୍ଯ୍ୟ ଓ ଦକ୍ଷତା ନିମନ୍ତେ ତାଲିମ୍ ଦିଆଯାଇଅଛି I ଏହି ସାମଗ୍ରୀ ଦ୍ଵାରା ବିଭିନ୍ନ ଚାଙ୍ଗୁଡି, ଘର ସାଜସଜ୍ଜା ସାମଗ୍ରୀ ଓ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ I
କାଗଜ କାରୁକାର୍ଯ୍ୟ

କାଗଜ କାରୁକାର୍ଯ୍ୟ
ପେପର ମ୍ୟାଚ୍ ଓଡିଶାର ଏକ ସୁନାମଧନ୍ୟ ସାମଗ୍ରୀ ଅଟେ । ଏହି କାରୁକାର୍ଯ୍ୟ ଅଦରକାରୀ କାଗଜରେ କିଛି ଗୁଣ୍ଡ,ଅଠା ଓ ରଙ୍ଗ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଥାଏ । ଏହି ସାମଗ୍ରୀ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରଠାରେ ପ୍ରସ୍ତୁତ କରାଯାଉଅଛି । ଏହି ସାମଗ୍ରୀ ଦ୍ଵାରା ବିଭିନ୍ନ ପ୍ରକାରର ସାଜସଜ୍ଜା, ଫୁଲଦାନୀ,ପେନଷ୍ଟାଣ୍ଡ, ପେପରୱେଟ ପ୍ରଭୁତି ପ୍ରସ୍ତୁତ କରାଯାଇଥାଏ । ଏହି ସାମଗ୍ରୀ ଭାରତର ବିଭିନ୍ନ ଗାଁ ମାନଙ୍କରେ ଅଧିକ ଚାହିଦା ଅଛି । ଏହି ପ୍ରକାରର ସୁଯୋଗକୁ ଦେଖି ଆନନ୍ଦପୁର ବ୍ଲକର ୩ଟି ଗ୍ରାମ ତାଙ୍କର ଜୀବିକା ନିମନ୍ତେ ଏହି ସାମଗ୍ରୀ ପ୍ରସ୍ତୁତ କରୁଅଛନ୍ତି ।
ଝୋଟ କାରୁକାର୍ଯ୍ୟ

ଝୋଟ କାରୁକାର୍ଯ୍ୟ
କେନ୍ଦୁଝର ଜିଲ୍ଲାର ପ୍ରାୟ ୨୦୦ ଜଣ କାରିଗର ଝୋଟ ଦ୍ଵାରା ନିର୍ମିତ ଝୋଟ କାର୍ପେଟ, ଝୋଟ ମସିଣା ଓ ବିଭିନ୍ନ ପ୍ରକାର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରୁଅଛନ୍ତି । କିନ୍ତୁ ଏହି କାରୁକାର୍ଯ୍ୟର ଉନ୍ନତି ନିମନ୍ତେ ବଜାର ଓ ଉନ୍ନତ ଧରଣର ଜ୍ଞାନକୌଶଳ ବୃଦ୍ଧି ନିମନ୍ତେ ତାଲିମ୍ ଆବଶ୍ୟକତା କରୁଅଛି । ଏହି ସାମଗ୍ରୀ ଓଡିଶା ଓ ଦେଶ ର ବିଭିନ୍ନ ପ୍ରାନ୍ତକୁ ବିକ୍ରୟ ନିମନ୍ତେ ପଠାଯାଇ ପାରୁଅଛି ।