ସଂସ୍କୃତି ଏବଂ ଐତିହ୍ୟ

ଜିଲ୍ଲାର ଲୋକମାନେ ବର୍ଷ ସାରା ଅନେକ ପର୍ବପର୍ବାଣି ପାଳନ କରନ୍ତି। ଏହି ପର୍ବ ଗୁଡିକ ଦୁଇ ଭାଗରେ ବିଭକ୍ତ ଯେପରିକି ଘରୋଇ ପର୍ବ ଓ ଗଣପର୍ବ।

ସରହୁଲ

ଏହା ଜନଜାତି ମାନଙ୍କର ପର୍ବ। ମାର୍ଚ୍ଚ, ଏପ୍ରିଲ ମାସରେ ଶାଳ ଗଛର ଫୁଲରେ ସରଣଙ୍କୁ ଅଣାଯାଏ। ତାପରେ ପୂଜାରୀ ମୁଣ୍ଡାମାନଙ୍କର ସବୁ ଦେବତା ମାନଙ୍କୁ ସନ୍ତୁଷ୍ଟ କରନ୍ତି। ଏହି ପର୍ବ କିଛି ଦିନ ଧରି ଚାଲିଥାଏ।.

ସୋହରାଇ

ଏହି ପର୍ବ ଅକ୍ଟୋବର –ନଭେମ୍ବର ମାସରେ ପାଳନ କରାଯାଏ। ମୁଣ୍ଡା ପଶୁପାଳକମାନେ ଗୋଟିଏ ଦିନ ଉପବାସ କରିଥାନ୍ତି। ରାତିରେ ଆଲୋକ ସୁସଜ୍ଜିତ କରାଯାଏ। ତା ପରଦିନ ପଶୁମାନଙ୍କର ରହିବା ସ୍ଥାନକୁ ଭଲ ଭାବରେ ସଫା କରାଯାଏ ଏବଂ ହାଣ୍ଡିଆ ସିଞ୍ଚାଯାଏ ଏବଂ ପଶୁମାନଙ୍କୁ ବହୁତ ଭଲରେ ଖାଇବାକୁ ଦିଆଯାଏ।

କରମା ପୂଜା

କରମା ପୂଜା ମୁଖ୍ୟତଃ କେନ୍ଦୁଝର ଏବଂ ଚମ୍ପୁଆ ସବ-ଡିଭିଜନର ଆଦିବାସୀ ମାନଙ୍କ ଦ୍ଵାରା ପାଳନ କରାଯାଇଥାଏ। ଏହି ପର୍ବ ମାର୍ଗଶିର ମାସ ଗୁରୁବାର (ନଭେମ୍ବର-ଡିସେମ୍ବର) ଦିନ ଆରମ୍ଭ ହୁଏ ଏବଂ ଆଠଦିନ ଧରି ଚାଲିଥାଏ। ଏହି ପଟରେ ଆରାଧ୍ୟ ଦେବତାଙ୍କୁ ପୂଜା କରାଯାଏ ଏବଂ ଏହା ସାତଦିନ ପୂର୍ବରୁ ଏହି ପର୍ବର ଆରମ୍ଭିକ ପ୍ରସ୍ତୁତି ହୋଇଥାଏ। ପ୍ରଥମ ଦିନରେ ଦୁଇ ଅବିବାହିତ ପୁଅ ବିରି, ମୁଗ, ସୋରିଷ, ଚଣା ଇତ୍ୟାଦି ପ୍ରତିଘରୁ ମୁଠାଏ ଲେଖା ସଂଗ୍ରହ କରିଥାନ୍ତି ଏବଂ ଗୋଟିଏ ବାଉଁଶ ଝୁଡିରେ ଝରଣା ମୂଳରେ ସେହି ଶସ୍ୟକୁ ରଖିଥାନ୍ତି, ଏବଂ ପୁଅ ଦୁଇଜଣ ନିଜ ନିଜର ଖାଦ୍ୟ କାହାକୁ ଛୁଇଁବାକୁ ନ ଦେଇ ପର୍ବ ସାରିବା ପର୍ଯ୍ୟନ୍ତ ନିଜେ ରାନ୍ଧି ଖାଇଥାନ୍ତି। ସବୁଦିନ ସେମାନେ ସେଇ ଶସ୍ୟଗୁଡିକ ଉପରେ ଝରଣାରେ ଗାଧୋଇ ସାରି ପାଣିଛିଞ୍ଚନ୍ତି। ଅଷ୍ଟମ ଦିନ ସେମାନେ ମୁଣ୍ଡ ଉପରେ ଦୁଇଟି କରମା ଡାଳ ଲଗାଇଥାନ୍ତି। ପୂଜା ହୋଇଥିବା ଶସ୍ୟଗୁଡିକ କରମା ଗଛ ପାଖରେ ରଖାଯାଏ। ଗାଁର ଛୋଟ ପିଲାମାନେ କରମା ଡାଳ ଚାରିପଟେ ନାଚିଥାନ୍ତି। ପର ଦୁଇଦିନ ପକ୍ଷୀ ବଳି ଦିଆଯାଏ ଏବଂ ଗଜା ଶସ୍ୟ ଗୁଡିକ ଏକ କରମା ଡାଳ ଭୋଗଣିରେ ଅଣାଯାଇ ପାଖ ନଦୀ ବା ନାଳରେ ବିସର୍ଜନ କରାଯାଇଥାଏ।

ବୋଦାମ

କରମା ପୂଜା ଋତୁର ନୂଆ ଫଳ ଖାଇବା ପୂର୍ବରୁ ବୋଦାମ ସାଧାରଣତଃ ସମସ୍ତେ ପାଳନ କରନ୍ତି ଏବଂ ମୁଖ୍ୟତଃ ଆଦିବାସୀମାନେ ପାଳନ୍ତି। ପୌଷ ଶୁକ୍ଲ ପକ୍ଷ ଗୁରୁବାର ଦିନ କିଛି ଫୁଲ ଓ ଫଳ ସଂଗ୍ରହ କରାଯାଏ। ଦେହୁରି ଗାଁର ପୂଜାରୀ ନୂଆ ମାଟି ବାସନରେ ଖିରୀ ତିଆରି କରି କ୍ଷୀର, ଦହି ନୂଆ ଫଳ ଓ ଫୁଲ ସହ ଗ୍ରାମ ଦେବତୀଙ୍କୁ ଭୋଗ ଲଗାନ୍ତି। ଦେହୁରୀଙ୍କ ଛଡା ଗାଁର ୫/୧୦ ଜଣ ଲୋକ ପୁରା ଦିନଟା ଉପବାସ ରଖିଥାନ୍ତି। ଗାଁର ସମସ୍ତେ ଏହି ପର୍ବ ପାଇଁ ସହଯୋଗ କରିଥାନ୍ତି।

ଚୈତ୍ରପର୍ବ ବା ଉଡାପର୍ବ 

ଏହି ପର୍ବ ଚୈତ୍ର ମାସର ଶେଷ ଦିନ ପଡିଥାଏ ଏବଂ ୩/୪ ଦିନ ଧରି ଚାଲିଥାଏ। ଏଥିରେ ଲୋକମାନେ ବାସୁଳି ଦେବୀଙ୍କୁ ପୂଜା କରିଥାନ୍ତି। ଏହି ପର୍ବ ଚମ୍ପୁଆ ସବ-ଡିଭିଜନର ଜ୍ୟୋତିପୁର, ଆସନ ପଟ ଏବଂ ଚମକପୁରରେ ବଡ ଆକାରରେ ପାଳନ କରାଯାଏ। ଏହି ପର୍ବରେ ଲୋକମାନେ ଛଉ ନୃତ୍ୟ କରିଥାନ୍ତି।

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତିରେ ସକାଳେ ଲୋକମାନେ ନଦୀ କିମ୍ବା ପୋଖରୀକୁ ଯାଇ ପବିତ୍ର ବୁଡ ପକାଇ ପାଖ ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି। ସେମାନେ ନିଜର ମନୋସ୍କାମନା ପୂର୍ତ୍ତି ପାଇଁ ଶିବଙ୍କୁ ପୂଜା କରିଥାନ୍ତି। ଏହି ମକର ଯାତ୍ରା/ମେଳା ଜିଲ୍ଲାର ସବୁ ସ୍ଥାନରେ ଅନୁଷ୍ଟିତ ହୋଇଥାଏ। କିନ୍ତୁ ବରହାଟିପୁର (ଘଟଗାଁ ବ୍ଲକ) ଦେଉଗାଁ (ଘଷିପୁରା ବ୍ଲକ), ସରେଇ, ବାଲିବନ୍ଧ ଟିଙ୍ଗରବନ୍ତକ, ଦେଉଝର, ମିରିଗୀସିଂହା, ଗୋବିନ୍ଦପୁର ଏବଂ ଚମକପୁର (ଚମ୍ପୁଆ ବ୍ଲକ)ରେ ବଡ ଆକାରରେ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଏହି ସ୍ଥାନରେ ୫୦୦୦ -୩୦,୦୦୦ ଲୋକ ଏହି ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥାନ୍ତି। ଏହି ପର୍ବ ଫସଲ କଟା ଶେଷରେ ପଡୁ ଥିବାରୁ ଲୋକମାନେ ମନ ଭରି ପର୍ବକୁ ଉପଭୋଗ କରନ୍ତି। ବୈତରଣୀ ନଦୀର କେଶରୀ କୁଣ୍ଡ ଠାରେ ଥିବା ଦୁଇଟି ମୁହଁ (ମୁଖ)ରେ ଲୋକମାନେ ପବିତ୍ର ବୁଡ ପକାଇ ଥାନ୍ତି। ଥାନ୍ତି ଓ ଶିବଙ୍କୁ ଆରାଧନା କରିଥାନ୍ତି। ମକର ସଂକ୍ରାନ୍ତି ସମୟରେ ସାହସୀ ଲୋକମାନେ ନିଜର ପୂଣ୍ୟ କର୍ମର ପ୍ରମାଣ ସ୍ୱରୂପ ନଦୀର ଏହି ଗୋଟିଏ ମୁଖରୁ ପଶି ଅନ୍ୟ ବାଟେ ବାହାରିଯାନ୍ତି।

ନୂଆଖାଇ

ନୂଆଖାଇର ଅର୍ଥ ହେଲା ଆନୁଷ୍ଠାନିକ ଭାବେ ନୂତନ ଶସ୍ୟର ଖାଦ୍ୟ ଗ୍ରହଣ କରିବା। ଏହା ଭାଦ୍ରବ ମାସର ଗୋଟିଏ ଗୁରୁବାର ଦିନ ପାଳନ କରାଯାଏ। ପର୍ବଦିନ ସକାଳୁ ସମସ୍ତଙ୍କ ଘରୁ ମୁଠାଏ ଲେଖା ଧାନ ସଂଗ୍ରହ କରଯାଏ ଏବଂ ଏଥିରୁ ଚାଉଳ ବାହାର କରି ଖିରୀ କରାଯାଏ। ଏବଂ ଗ୍ରାମ ଦେବତୀଙ୍କ ପାଖରେ ଭୋଗ ଲାଗି କରାଯାଇଥାଏ। ମା’ ପାଖରେ ଛେଳି ବଳି ପକାଯାଇଥାଏ ଏବଂ ଭୋଜି ହୁଏ। ଏହି ଭୋଜିରେ ଗାଁର ସମସ୍ତେ ସହଯୋଗ କରନ୍ତି। ତା ପରଦିନ ଅର୍ଥାତ ଶୁକ୍ରବାର ଦିନ ପୁଣି ସମସ୍ତଙ୍କ ନୂଆ ଧାନ ସଂଗ୍ରହ କରାଯାଏ ତଥା ଏହାକୁ ମୁଣ୍ଡ ଘରେ ରଖାଯାଏ। ଏହା ପୁଣି ଖଣ୍ଡେ ଖଣ୍ଡେ ଲାଉ ସହିତ ସମସ୍ତ ଗ୍ରାମବାସୀଙ୍କୁ ବଣ୍ଟାଯାଏ। ସେହିଦିନ ଏହି ପବିତ୍ର ଧାନ ଚାଉଳ ସହିତ ନୂଆ ଯାଉ ରନ୍ଧା ଯାଏ। ଏହି ପର୍ବରେ କୋହ୍ଲମାନଙ୍କୁ ବାଦଦେଲେ ସମସ୍ତ ସମ୍ପ୍ରଦାୟ ଭାଗ ନେଇଥାନ୍ତି। କୋହ୍ଲମାନେ ଭିନ୍ନ ପ୍ରକାରର ଏହି ପର୍ବକୁ ପାଳନ କରିଥାନ୍ତି। ଏହି ଦିନରେ ସେମାନେ ନୂଆ ଚାଉଳର ନୂଆ ମାଟି ପାତ୍ରରେ ରନ୍ଧନ୍ତି। ପକ୍ଷୀ ମାଂଶ ଓ ହାଣ୍ଡିଆ ରାନ୍ଧି ସୂର୍ଯ୍ୟଙ୍କୁ ମାଟି ପତ୍ରରେ ଭୋଗ ଲଗାନ୍ତି ଓ ଅନ୍ୟ ଏକ ପାତ୍ରରେ ପୂର୍ବ ପୁରୁଷମାନଙ୍କୁ ଭୋଗ ଲଗାନ୍ତି। ଏହା କେବଳ ପୁରୁଷ ଲୋକମାନେ କରନ୍ତି।

ରଜପର୍ବ 

ରଜ ଗୋଟିଏ କୃଷି ପର୍ବ। ଏହା ଏହି ଜିଲ୍ଲାରେ ତିନିଦିନ ଧରି ପାଳନ କରାଯାଏ। ଜ୍ୟେଷ୍ଠ ମାସର ଶେଷ ଦିନ ପହିଲି ରଜ ହୋଇଥାଏ ଏବଂ ତା’ପର ଠାରୁ ଆଷାଢ ମାସର ପ୍ରଥମ ଦୁଇ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଆଷାଢ ମାସର ଦ୍ଵିତୀୟ ଦିନକୁ ଭୁଇଁଦହନ / ଭୂମି ଦହନ କୁହାଯାଏ। ଆଷାଢ ମାସର ପ୍ରଥମ ଦିନକୁ ରଜ ସଂକ୍ରାନ୍ତି କୁହାଯାଏ। ଏହି ରଜ ପର୍ବରେ ମାଟି ମା ରଜସ୍ଵଳା ବୋଲି କୁହାଯାଇଥାଏ ଏବଂ ଏହି ଦିନ ଗୁଡିକରେ ଚାଷ କାର୍ଯ୍ୟ ହୁଏ ନାହି । ଏହି ପର୍ବରେ ବିଭିନ୍ନ ପ୍ରକାର ଖାଦ୍ୟ, ଚାଉଳ ତିଆରି ପିଠା ପଣା କରାଯାଏ। ଲୋକମାନେ ଭୋଜି ଓ ମଉଜ ମଜଲିସ କରନ୍ତି। କରନ୍ତି। ପୁଅ ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ଏବଂ ଝିଅମାନେ ଗଛ ଡାଳରେ ଡୋଳି ବାନ୍ଧି ଝୁଲନ୍ତି ଓ ଗୀତ ଗାଆନ୍ତି। ଏହି ପର୍ବ ଭୂମି ଦହନ ପରଦିନ ହୋଇଥାଏ।

ବାରୁଣୀ ଯାତ୍ରା

ବାରୁଣୀ ଯାତ୍ରା ଚୈତ୍ର ମାସ (ମାର୍ଚ୍ଚ – ଏପ୍ରିଲ ) କୃଷ୍ଣ ପକ୍ଷର ୧୩ ଦିନ ପାଳନ କରାଯାଏ। ବାରୁଣୀ ଦିନ ପ୍ରାୟତଃ ଲୋକମାନେ ନଦୀ ବା ସମୁଦ୍ରରେ ପବିତ୍ର ବୁଡ ପକାଇଥାନ୍ତି। ଏହି ଜିଲ୍ଲାରେ ବାରୁଣୀ ଯାତ୍ରା ବ୍ରହ୍ମେଶ୍ଵର ମହାଦେବ ମନ୍ଦିର ଠାରେ ଗୋନାସିକାରେ ଅନୁଷ୍ଠିତ ହୋଇଥାଏ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଏବଂ ଜିଲ୍ଲା ବାହାରୁ ଅନେକ ଲୋକ ଏହି ସ୍ଥାନକୁ ଆସି ବ୍ରହ୍ମେଶ୍ଵର ମହାଦେବ ମନ୍ଦିର ଠାରେ ଥିବା ବ୍ରହ୍ମା କୁଣ୍ଡରେ ପବିତ୍ର ବୁଡ ପକାଇଥାନ୍ତି। ବୈତରଣୀ ନଦୀ ଗୋନାସିକାରୁ ଏହି କୁଣ୍ଡ ଦେଇ ପ୍ରବାହିତ ହେଉଥିବାରୁ ଲୋକମାନେ ଏହି ସ୍ଥାନଟିକୁ ପବିତ୍ର ସ୍ଥାନ ବୋଲି ମାନିଥାନ୍ତି। ଆଦିବାସୀ ଲୋକମାନେ ଏହି ଯାତ୍ରାରେ ଜଙ୍ଗଲ ଜାତ ଦ୍ରବ୍ୟ ବିକିବା ପାଇଁ ଆଣିଥାନ୍ତି। ଏହି ବାରୁଣୀ ଯାତ୍ରା ଗୋଟିଏ ଦିନ ହୋଇଥାଏ ଏବଂ ଏଠାରେ ୩୦,୦୦୦ ଲୋକ ଏକତ୍ରିତ ହୋଇଥାନ୍ତି।

ରଥଯାତ୍ରା

ପୁରୀର ରଥଯାତ୍ରା ଭଳି ଏହି ଜିଲ୍ଲାରେ ଆଷାଢ ଶୁକ୍ଳ ଦ୍ଵିତୀୟା ଅର୍ଥାତ ଶୁକ୍ଲା ପକ୍ଷର ଦ୍ଵିତୀୟା ଦିନ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୁଏ। ଏହି ଦିନ ତିନି ଠାକୁରଙ୍କୁ ମୁଖ୍ୟ ମନ୍ଦିରରୁ ଆଣି ରଥ ଉପରେ ସ୍ଥାପନ କରାଯାଏ। ଯଥା ରୀତିନୀତି ପରେ ରଥକୁ ହଜାର ହଜାର ଭକ୍ତଗଣ ଟାଣି ଗୁଣ୍ଡିଚା ମନ୍ଦିରକୁ ନେଇଥାନ୍ତି। ସେଠାରେ ତିନି ଠାକୁର ଗୋଟିଏ ସପ୍ତାହ ରୁହନ୍ତି। ରଥବାହୁଡା ବାହୁଡା ଯାତ୍ରା ଆଷାଢ ଶୁକ୍ଲ ଦଶମୀ ଅର୍ଥାତ ଶୁକ୍ଳ ପକ୍ଷ ଦଶମୀ ଦିନ ହୋଇଥାଏ। ଏହି ରଥଯାତ୍ରା କେନ୍ଦୁଝର, ଆନନ୍ଦପୁର ଓ ଚମ୍ପୁଆରେ ଅନୁଷ୍ଠିତ ହୋଇଥାଏ। କେନ୍ଦୁଝରର ପୁରୁଣା ସହରରେ ହାରାହାରି ୫୦,୦୦୦ରୁ ଊର୍ଦ୍ଧ୍ଵ ଲୋକମାନେ ଏହି ଯାତ୍ରାରେ ଦେଖିବା ପାଇଁ ଆସିଥାନ୍ତି। ବଳଦେବଜୀଉ ମନ୍ଦିରର ଉଚ୍ଚତା ହେଉଛି ୧୩୫ ଫୁଟ ବ ୪୧. ୧୫ ମିଟର ଓ ରଥର ଉଚ୍ଚତା ହେଉଛି ୬୦ ଫୁଟ।

ଶିବରାତ୍ରୀ

ଫାଲଗୁନ ମାସ (ଫ୍ରେବୃଆରୀ – ମାର୍ଚ୍ଚ) ର ଶୁକ୍ଳପକ୍ଷର ୧୪ ଦିନ ଶିବରାତ୍ରୀ ପାଳନ କରାଯାଏ। ଏହି ପର୍ବରେ ଭକ୍ତମାନେ ରାତ୍ରି ଉଜାଗର ରହି ମହାଦେବ ଶିବଙ୍କର ପୂଜାର୍ଚ୍ଚନା କରିଥାନ୍ତି। ରାତିର ‘ମହାଦୀପ’ ମନ୍ଦିର ଚୂଡାକୁ ନିଆଯାଏ ଏବଂ ରାତିସାର ସେଠାରେ ଜଳିଥାଏ। ଭକ୍ତମାନେ ମହାଦୀପ ଦର୍ଶନ କରି ଉଷା ଭାଗନ୍ତି। କୁଣକେଶ୍ଵର, ପୋନାଭିଳା, କୁପଳଶା, ଚମ୍ପୁଆ ଓ ଦେଓଝର ଶିବ ମନ୍ଦିରରେ ଏହି ପର୍ବଟି ବଡ ହର୍ଷ ଉଲ୍ଲାସରେ ପାଳନ କରାଯାଏ।

ଅନ୍ୟାନ୍ୟ ପର୍ବ

ରାମନବମୀ, ଦଶହରା, ଦୋଳଯାତ୍ରା, ରାହାସ ପୁର୍ଣିମା, ବଡଓଷା ଓ ଚନ୍ଦନ ଯାତ୍ରା ଭଳି ଅନେକ ଘରୋଇ ଓ ଗଣପର୍ବ ମଧ୍ୟ ପାଳନ କରାଯାଏ। 

କେଉଁଝରର ଲୋକନୃତ୍ୟ 

ପରିଚୟ

ଜନଜାତି ଜୀବନ ନୃତ୍ୟ ଓ ସଙ୍ଗୀତକୁ ଛାଡିଦେଲେ ଭାବି ହୁଏ ନାହିଁ । ପର୍ବ ଦିନ ମାନଙ୍କରେ ନୃତ୍ୟ ହେଉଛି ଅବିଭେଦ୍ୟ ଅଙ୍ଗ। ଅନେକ ଜନଜାତି ଗ୍ରାମଗୁଡିକରେ ଆଖଡା ଥାଏ ଯେଉଁଥିରେ ସ୍ତ୍ରୀ ଓ ପୁରୁଷମାନେ ଦେଶୀ ଲୋକସଙ୍ଗୀତର ତାଳେ ତାଳେ ନୃତ୍ୟ କରିଥାନ୍ତି।

ଚାଙ୍ଗୁ ନୃତ୍ୟ

Tଚାଙ୍ଗୁ ନୃତ୍ୟ ‘ଚାଙ୍ଗୁ’ ନାମକ ବାଦ୍ୟରୁ ଆସିଛି। ଏହି ବାଦ୍ୟ ବାଜିଲେ ନୃତ୍ୟ କରାଯାଏ। ଏହି ନୃତ୍ୟଟି ଜନଜାତିର ସବୁ ସମ୍ପ୍ରଦାୟରେ ସାଧାରଣ ଥାଏ କିନ୍ତୁ ଭୂୟାଁ ଜନଜାତିରେ ଏହି ନୃତ୍ୟ ବେଶ ଲୋକପ୍ରିୟ। ଏହି ନୃତ୍ୟର ଗୋଟିଏ ଶୈଳୀ ହେଉଛି ପୁଅମାନେ ଝିଅମାନଙ୍କ ଆଡକୁ ଗୀତର ତାଳେ ତାଳେ ଆଗେଇ ଆସନ୍ତି ଏବଂ ଯେତେବେଳେ ଝିଅମାନେ ପୁଅମାନଙ୍କ ଆଗକୁ ଆସିଥାନ୍ତି, ପୁଅମାନେ ପଛକୁ ଆସିଥାନ୍ତି। ଝିଅମାନେ ହାତ ଧରାଧରି ହୋଇ ଗୋଟିଏ ଧାଡିରେ ଛିଡା ହୋଇ ନୃତ୍ୟ କରିଥାନ୍ତି।

ଛଉ ନୃତ୍ୟ 

ଏହି ନୃତ୍ୟଟି ମୁଖ୍ୟତଃ ଚୈତ୍ର ମାସରେ ଚୈତ୍ର ପର୍ବରେ ପରିବେଷଣ କରାଯାଏ। ଏହି ନୃତ୍ୟଟି ଏକ ଛଉ ଲୋକ ଚରିତ୍ର ସହିତ ହୋଇଥାଏ, ଯାହାକି ପ୍ରାୟତଃ ନୃତ୍ୟ ନାଟକ ଅଟେ। ଏହି ନୃତ୍ୟ ପ୍ରଥମେ ଓଡିଶାର ମୟୂରଭଞ୍ଜ ଓ ବିହାରର ସଢେଇକଳା ଜିଲ୍ଲାରେ ଆରମ୍ଭ ହୋଇଥିଲା। ଏହି ନୃତ୍ୟରେ ନର୍ତ୍ତକୀର ପଦଚାଳନା ଓ ଅଙ୍ଗ ଚାଳନା ଅତ୍ୟନ୍ତ କଳାତ୍ମକ ହୋଇଥାଏ। ଚେହେରାର ହାବଭାବରେ ପ୍ରାୟତଃପରିବର୍ତ୍ତନ ହୋଇନଥାଏ।.

ଜୁଆଙ୍ଗ ନୃତ୍ୟ

ଜୁଆଙ୍ଗ ନୃତ୍ୟ ଡଫଲି ସହିତ ପରିବେଷଣ କରାଯାଏ। ଏହି ନୃତ୍ୟ ପତ୍ର ପିନ୍ଧି କରାଯାଇଥାଏ। ଯାହା ଏବେ ଆଉ କରାଯାଉନାହିଁ। ଡଫଲିର ଗଭୀର ତାଳରେ ପୁରୁଷମାନେ ଗୀତଗାଉଥାନ୍ତି ଓ ଝିଅମାନେ ନୃତ୍ୟ କରୁଥାନ୍ତି। ଏହି ନୃତ୍ୟର ଗୋଟିଏ ପ୍ରକାର ହେଉଛି ଝିଅମାନେ ତାଙ୍କ ସାମ୍ନାରେ ଛିଡା ଝିଅଙ୍କ ଦକ୍ଷିଣ କାନ୍ଧରେ ତାଙ୍କର ଦକ୍ଷିଣ ହାତ ରଖି ଘୁରୁଥାନ୍ତି। ଜୁଆଙ୍ଗମାନଙ୍କର ଭାଲୁ ନୃତ୍ୟ ଓ ପାରା ନୃତ୍ୟ ମଧ୍ୟ ଅଛି।

ହୋ ନୃତ୍ୟ

ହୋ ଜନଜାତିମାନେ କୃଷି ଜନଜାତି ଅଟନ୍ତି। ସେମାନଙ୍କର ମାଘ (ଜାନୁଆରୀ) ମାସ ପର୍ବରେ ନୃତ୍ୟ ପରିବେଷଣ କରାଯାଏ ଯେତେବେଳେ କ୍ଷେତ ସବୁ ଶସ୍ୟ ଶ୍ୟାମଳା ଥାଏ। ଏହି ପର୍ବରେ ଇଲି ନାମକ ଘର ତିଆରି ହାଣ୍ଡିଆ ପାନୀୟ ଲୋକମାନେ ପିଅନ୍ତି। ହୋ ପର୍ବରେ କୌଣସି ପ୍ରକାର ବନ୍ଧନ ନଥାଏ।