ବନ୍ଦ କରନ୍ତୁ

ଶିକ୍ଷା

ସର୍ବଶିକ୍ଷା ଅଭିଯାନ(ଏସ.ଏସ.ଏ)

ଭାରତୀୟ ସମ୍ବିଧାନର ୮୬ ତମ ସଂଶୋଧନ ଅନୁସାରେ ଆଦେଶିତ ମୁତାବକ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ସେମାନଙ୍କର ମୌଳିକ ଅଧିକାର, ଅବାଧ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପରିପ୍ରେକ୍ଷୀରେ ଭାରତ ସରକାର ସମୟ ସୀମା ମଧ୍ୟରେ ପ୍ରାଥମିକ ଶିକ୍ଷା ସାର୍ବଜନୀନକରଣକୁ ହାସଲ କରିବା ନିମନ୍ତେ ସର୍ବଶିକ୍ଷା ଅଭିଯାନ(ଏସ.ଏସ. ଏ) ନାମରେ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ।

ଓଡିଶାରେ ୩୦ ଗୋଟି ଜିଲ୍ଲାରେ ୨୦୦୧ ମସିହାଠାରୁ ନିମ୍ନଲିଖିତ ଲକ୍ଷ୍ୟ ନେଇ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରାଯାଉଛି :

  • ୨୦୦୩ ମସିହା ସୁଦ୍ଧା ୬-୧୪ ବର୍ଷର ସମସ୍ତ ପିଲା ବିଦ୍ୟାଳୟକୁ ଯିବେ ।
  • ୨୦୦୭ ମସିହା ସୁଦ୍ଧା ସମସ୍ତ ପିଲା ବିଦ୍ୟାଳୟରେ ୫ ବର୍ଷ ସମାପ୍ତ କରିବେ ।
  • ୨୦୧୦ ମସିହା ସୁଦ୍ଧା ସାର୍ବଜନୀନ ରହଣି ।
  • ୨୦୦୭ ମସିହା ସୁଦ୍ଧା ପ୍ରାଥମିକ ସ୍ତରରେ ଏବଂ ୨୦୧୦ମସିହା ସୁଦ୍ଧା ଉଚ୍ଚ ପ୍ରାଥମିକ ସ୍ତରରେ ଲିଙ୍ଗଗତ ଓ ସାମାଜିକ ଶ୍ରେଣୀଗତ ଦୃରତ୍ଵକୁ କମାଇବା, ଜୀବନ ପାଇଁ ସନ୍ତୋଷ ଜନକ ତଥା ଗୁଣାତ୍ମକ ଶିକ୍ଷା ଉପରେ କେନ୍ଦ୍ରୀଭୂତ କରିବା ।