ଅର୍ଥବ୍ୟବସ୍ଥା
କେନ୍ଦୁଝର ଜିଲ୍ଲା ପ୍ରାକୃତିକ ବୈଭବ୍ୟ ଓ ସବୁଜଭରା ଜଙ୍ଗଲ,ନଦୀ,ନାଳରେ ପରିପୂର୍ଣ୍ଣ । ଏହି ଜିଲ୍ଲା ମୟୂରଭଞ୍ଜ,ଭଦ୍ରକ,ଯାଜପୁର,ଅନୁଗୁଳ,ସୁନ୍ଦରଗଡ଼ ଏବଂ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସଂହଭୂମ ଇତ୍ୟାଦି ଜିଲ୍ଲା ଦ୍ଵାରା ପରିବେଷ୍ଟିତ । ଏହି ଜିଲ୍ଲାର ପରିସୀମା ୮,୩୦୩ ବର୍ଗ କି:ମି ଯାହାକି ୮୫.୧୧” ରୁ ୬୬.୨୨” ଇଷ୍ଟ ପୂର୍ବ ଅକ୍ଷାଂଶ ଓ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ପ୍ରାକ ସ୍ଵାଧୀନତା କାଳରେ କେନ୍ଦୁଝର ଏକ ଗଡ଼ଜାତ ରାଜ୍ୟ ଥିଲା ଏବଂ ଏହା ଓଡିଶା ରାଜ୍ୟ ୧/୧/୪୮ ରେ ମିଶ୍ରଣ ହୋଇ ଜିଲ୍ଲାର ମାନ୍ୟତା ପାଇ, ଏହାର ମୁଖ୍ୟ କାର୍ଯ୍ୟ।ଳୟ କେନ୍ଦୁଝରଗଡ଼ରେ ଅବସ୍ଥିତ କରାଗଲା । ଏହାର ଅବସ୍ଥିତି ସମୁଦ୍ର ପତ୍ତନଠାରୁ ୫୦୦ ମି: ଉଚ୍ଚରେ । କେନ୍ଦୁଝର ଜିଲ୍ଲାର ମୁଖ୍ୟନଦୀ ବୈତରଣୀ ଯାହାକି ଗୋନାସିକା ପର୍ବତମାଳାରୁ ବାହାରି ଝାଡ଼ଖଣ୍ଡ ରାଜ୍ୟର ସଂଭୂମ,ମୟୂରଭଞ୍ଜ,ସୀମାରେ ପ୍ରବାହିତ ହୋଇ ଯାଜପୁର ଜିଲ୍ଲା ଦେଇ ଭଦ୍ରକ ଜିଲ୍ଲାର ଧାମରା ଠାରେ ବଙ୍ଗୋପସାଗରରେ ମିଶିଛି । ୨୦୧୧ ଜନଗଣନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଜନସଂଖ୍ୟା ୧୮୦୦୨୦୦ । ମୁଖ୍ୟତଃ ଏହି ଜିଲ୍ଲାର ଜଳବାୟୁ ଅତ୍ୟଧିକ ଗରମ,ଅତ୍ୟଧିକ ଥଣ୍ଡା ଏବଂ ଅନିଶ୍ଚିତିତ ମୌସୁମୀ ପ୍ରବାହିତ ହୁଏ । ଜିଲ୍ଲାର ଗ୍ରୀଷ୍ମଋତୁ ମାର୍ଚ୍ଚ ଠାରୁ ଜୁନ ପର୍ଯ୍ୟନ୍ତ ଅନୁଭୂତ ହୁଏ । ଜିଲ୍ଲାର ହାରାହାରି ଉଷ୍ଣତା ୨୩ ଡିଗ୍ରୀ ସେଲସିୟସ । ଜିଲ୍ଲାରେ ମୌସୁମୀ ପ୍ରବାହ ଜୁନ ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସରେ ଶେଷ ହୁଏ । ଏବଂ ଏହି ସମୟ ମଧ୍ୟରେ ଜିଲ୍ଲାର ୭୫% ଭାଗ ବୃଷ୍ଟିପାତ ହୋଇଥାଏ । ଅବଶିଷ୍ଟ ୨୫% ବୃଷ୍ଟିପାତ ଅକ୍ଟୋବର ଠାରୁ ଡିସେମ୍ବର ମଧ୍ୟରେ ହୁଏ । ଡିସେମ୍ବର ଓ ଜାନୁୟାରୀ ମାସ ଜିଲ୍ଲାର ସବୁଠାରୁ ଶୀତ ମାସ । ଯେତେବେଳେ କି ହାରାହାରି ଉଷ୍ଣତା ୨୨ ଡିଗ୍ରୀ ସେଲସିୟସ ହୋଇଥାଏ । କେନ୍ଦୁଝର ଜିଲ୍ଲାର ଶତକଡା ୩୬% ଭାଗ ଲୋକ ଗ୍ରାମାଞ୍ଚଳରେ କରନ୍ତି । ଏବଂ ଏହା ଶତକଡା ୬୯% ପରିବାର ଦାରିଦ୍ର ସୀମା ରେଖା ତଳେ ବାସ କରନ୍ତି । ଜିଲ୍ଲାର ସାକ୍ଷରତା ହାର ୬୮.୨୪ %(୨୦୧୧ ଜନଗଣନା) । ଜିଲ୍ଲାର ପ୍ରାୟ ୫୦% ଭାଗ ଲୋକ ପାରମ୍ପରିକ କୃଷି ଉପରେ ନିର୍ଭରଶୀଳ । କେନ୍ଦୁଝର ଜିଲ୍ଲାର ୨ ଗୋଟି ବୃହତ ଜଳସେଚନ ପ୍ରକଳ୍ପ ଯଥା କାନପୁର ଜଳସେଚନ ପ୍ରକଳ୍ପ ଏବଂ ଯାଜପୁର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ବର୍ତ୍ତମାନ ନିର୍ମାଣଧୀନ । ଯାହାକି ଖୁବ ଶୀଘ୍ର ସଂପୂର୍ଣ୍ଣ ହେବ । ଏହାଛଡା ଏହି ଜିଲ୍ଲାର ୪ ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି, ଯଥା ସାଳନ୍ଦୀ, କାଞ୍ଜାରୀ,ରେମାଳ,ଏବଂ ଜଗଦଳା ପ୍ରକଳ୍ପ । ଏହି ଜିଲ୍ଲାର ଆୟତନ ୬୪୯,୩୧୦ ହେକ୍ଟର ମଧ୍ୟରୁ ୧ ଲକ୍ଷ ୯୨,୩୯୧ ହେକ୍ଟର ଚାଷପୋଯୋଗୀ । ଏହା ଛଡା ୧୭୮୮୯୬ ହେକ୍ଟର ବାରରେନ ଜମି । ଏହି ଜିଲ୍ଲାର ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରେ ମହୁଲ, କେନ୍ଦୁପତ୍ର, ଶାଳପତ୍ର, ଝୁଣା, ଶାଳମଞ୍ଜି,କୁସୁମ ଏବଂ ଶାଳ ଏବଂ ଅଣଶାଳ କାଠ ପ୍ରଚୁର ପରିମାଣରେ ମିଳେ ।
କେନ୍ଦୁଝର ଜିଲ୍ଲା ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ଏହି ଜିଲ୍ଲାରେ ସାଧାରଣତଃ ଲୌହ,ମାଙ୍ଗାନିଜ, କ୍ରୋମାଇଟ,ମ୍ୟାଗ୍ନେସାଇଟ,ଚୂନପଥର ଇତ୍ୟାଦି ୧୩୩ ପ୍ରକାରର ଖଣିଜ ସମ୍ପଦ ଉପଲବ୍ଧ ହୁଏ । କେନ୍ଦୁଝର ଜିଲ୍ଲାରୁ ବହୁଳ ଭାବେ ଉକ୍ତ ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ । ୨୦୧୧ ଜନଗଣନା ଅନୁଯାୟୀ ୧୧୯୭୫୩୦୦୦ ମେଟ୍ରିକ ଟନ୍ ଖଣିଜ ପଦାର୍ଥ ବିଦେଶକୁ ରପ୍ତାନୀ ହୋଇଅଛି । କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ଗଠନ କରାଯାଇ ୧୫୯୯୪୫୬୦୯୨୫ ଟଙ୍କା ସଂଗ୍ରହ କରାଯାଇଛି । ଏହାକୁ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ବନୀକରଣ,ପାନୀୟଜଳ, ଶିକ୍ଷା,ସ୍ୱାସ୍ଥ୍ୟ, ଇନଫ୍ରାଷ୍ଟ୍ରକଚର,ଜଳସେଚନ,ଦକ୍ଷତା ବିକାଶ ସ୍ତ୍ରୀ ଓ ଶିଶୁଙ୍କ ବିକାଶ,ଜଳ ବିଭାଜୀକା ଉନ୍ନୟନ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି । ଯଥା ଏନ୍.ଏଚ୍-୪୯,ଏନ୍.ଏଚ୍-୨୦, ଏନ୍.ଏଚ୍-୨୧୫, ଏନ୍.ଏଚ୍-୫୨୦ ଏବଂ ଏନ୍.ଏଚ୍-୨୨୦ ଯାହାଦ୍ଵାରା ଜିଲ୍ଲା କଲିକତା,ମୁମ୍ବାଇ,ଜାମସେଦପୁର,କଟକ,ଭୁବନେଶ୍ଵର,ୱାଇଜାକ ଦ୍ଵାରା ସଂଯୁକ୍ତ । ଏହି ଜିଲ୍ଲାରେ ୧୧୭.୩୯ କି:ମି ରେଳପଥ ରହିଛି । ଯାହାଦ୍ଵାରା ଯାତ୍ରୀ ଗମନାଗମନ ଓ ମାଲ ପରିବହନର ସୁବିଧା ରହିଛି ।
କେନ୍ଦୁଝର ଜିଲ୍ଲାର ୨୧୨୩ ଗ୍ରାମ ମଧ୍ୟରୁ ୨୦୬୯ ଗ୍ରାମକୁ ବିଦ୍ୟୁତ ସଂଯୋଗ କରାଯାଇଛି । ଏହି ଜିଲ୍ଲାରେ ୨୧୦ଟି ବ୍ୟାଙ୍କ ଶାଖା ଅବସ୍ଥାପିତ ହୋଇ ଜିଲ୍ଲାବାସୀଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଯାଉଛି । ଏହି ଜିଲ୍ଲାରେ ନିମ୍ନଲିଖିତ ଦାରିଦ୍ର ଦୂରୀକରଣ ଯୋଜନା ମାନ କାର୍ଯ୍ୟକାରୀ ହେଉଅଛି ।
- ଏମ.ଜି.ଏନ.ଆର.ଇ.ଜି.ଏସ
- ପି.ଏମ.ଏ.ୱାଇ
- ବି.ଜି.ଜେ.ୱାଇ
- ଏମ.ଏଲ.ଏ ଏଲ.ଏ.ଡ଼ି
- ଏମ.ପି ଏଲ.ଏ.ଡ଼ି
- ଏସ.ଏଫ.ସି
- ସି.ଏଫ.ସି
ଏହି ଜିଲ୍ଲାରେ ୨୦ଟି ପର୍ଯ୍ୟଟନ କେନ୍ଦ୍ର ଅଛି । ଯେଉଁଠାକୁ ହଜାର ହଜାର ସଂଖ୍ୟାରେ ପରିଦର୍ଶକ ବର୍ଷତମାମ ଆସିଥାନ୍ତି । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ,ଖଣିଜସମ୍ପଦ ପରିପୂର୍ଣ୍ଣ,ଗ୍ରାମବହୁଳ ଜିଲ୍ଲା ରୂପେ ଆମ ରାଜ୍ୟ ତଥା ଦେଶରେ ଖ୍ୟାତି ଅର୍ଜନ କରିଅଛି ।